ଆଡେଣୀଗଡ଼ରେ 19 ତମ କ୍ରିକେଟ କପ ଉଦଘାଟିତ
ବୌଦ୍ଧ 23/1 ( ଭାଗବତ ମେହେର ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡେଣୀଗଡ଼ ଠାରେ 19ତମ ଆଡେଣୀଗଡ଼ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ସୁଦୂର ଭୁବନେଶ୍ୱରର ସମାଜସେବୀ ସାଗର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟିବା ସଙ୍ଗେ ସଙ୍ଗେ ଶୁଭ ନାରିକେଳ ଭାଙ୍ଗି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ l ଏହାପରେ ଉଦଘାଟନୀ ମ୍ୟାଚ ର ପ୍ରଥମ ମ୍ୟାଚ ର ଖେଳାଳି ମାନଙ୍କ ସହିତ ଶ୍ରୀ ପଟ୍ଟନାୟକ ପରିଚିତ ଓ କର ମର୍ଦନ କରିଥିଲେ l ଖେଳରେ ଜିତିବା ହାରିବା ବଡ଼କଥା ନୁହେଁ, ନିଜ ନିଜ ମଧ୍ୟରେ ବନ୍ଧୁତା ଓ ଭାଇଚାରା ର ସମ୍ପର୍କ କିପରି ବଜାୟ ରହିବ ଉପସ୍ଥିତ ସମସ୍ତ ଯୁବଗୋଷ୍ଠି କୁ ପରାମର୍ଶ ଦେଇଥିଲେ l ପ୍ରଥମ ମ୍ୟାଚ ମହାବୀର ଇଲେଭେନ ଫୁଲବାଣୀ ଓ ବାବୁଲି ଇଲେଭେନ ଭଞ୍ଜନଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଶେଷରେ ବାବୁଲି ଇଲେଭେନ ଭଞ୍ଜନଗର ବିଜୟୀ ହୋଇଥିଲା l ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପୁରୁଣାକଟକ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାଶଙ୍କର ପଟ୍ଟନାୟକ, ଭୁବନେଶ୍ୱର ର ପ୍ରଶାନ୍ତ ବେହେରା, ଵାଣିଗୋଚ୍ଛା ର ରବୀନ୍ଦ୍ର ମହାରଣା, ଆଡେଣୀଗଡ ର ଶ୍ରୀପତି ଭୋଇ, ଦେବେନ୍ଦ୍ର ଭୋଇ, ସୁବ୍ରତ କୁମାର ପ୍ରଧାନ, ଟୁନା ରଥ ପ୍ରମୁଖ ଯୋଗ ଦେଇଥିଲେ l ଖେଳକୁ ପିଣ୍ଟୁ ସାହୁ ପରିଚାଳନା କରିଥିଲେ l
