କଙ୍କଡ଼ାହାଡ଼ ବ୍ଲକ ସ୍ତରୀୟ ୱାଟରସେଡ ମହୋତ୍ସବ କଙ୍କଡାହାଡ଼,୨୪/୧:(ଖବର, ପ୍ରବୀଣ ନାଏକ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ସ୍ତରୀୟ ଜଳବିଭାଜିକା ମହୋତ୍ସବ ପଙ୍ଗାତିରା ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଥିଲା । ଜଳ ବିଭାଜିକା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କଳ୍ପବଟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବ୍ଲକ ସ୍ତରୀୟ ୱାଟରସେଡ ମହୋତ୍ସବ। ଏହି ବ୍ଲକ ସ୍ତରୀୟ ୱାଟରସେଡ ମହୋତ୍ସବରେ ପରଜଙ୍ଗ ବିଧାୟକ ବିଭୂତିଭୂଷଣ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। । ବିଡ଼ିଓ ଯଶୋବନ୍ତ ଦେହୁରୀ, ବିଜେପି ଜିଲ୍ଲା ସଭାପତି ରାସ ବିହାରୀ ବେହେରା, ବ୍ଲକ କୃଷି ଅଧିକାରିଣୀ ମଧୁସ୍ମିତା ଶତପଥୀ, ଜିଲ୍ଲା ପରିଷଦ ସଦସ୍ୟ ନବକିଶୋର ସାହୁ, ପଙ୍ଗାତିରା ସରପଞ୍ଚ କରୁଣାକର ସାହୁ, ଦଶୀପୁର ସରପଞ୍ଚ ସୁଧୀର ପାଳ ସମ୍ନାନିତଅତିଥି ଭାବେ ଯୋଗ ଦେଇଥିଲେ। ଜଳସ୍ତର ହ୍ରାସ ନେଇ ଅତିଥିମାନେ ମତ ପ୍ରକାଶ କରିବା ସହ ଜଳ ସଂରକ୍ଷଣ, ଜଳସ୍ତର ବୃଦ୍ଧି ନିମନ୍ତେ ପୋଖରୀ ଓ ଚେକ୍ଡ୍ୟାମ୍ ଆଦି ପ୍ରକଳ୍ପ କରି ଚାଷ ଜମିକୁ ଜଳ ଯୋଗାଣ କରିବା ଉପରେ କହିଥିଲେ। ଏହି ଅବସରରେ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁରେଶ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ଜଳ ବିଭାଜିକା କର୍ମଚାରୀ ସହଯୋଗ କରିଥିଲେ।
କଙ୍କଡ଼ାହାଡ଼ ବ୍ଲକ ସ୍ତରୀୟ ୱାଟରସେଡ ମହୋତ୍ସବ
