ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ

ତାଳଚେର (ରାକେଶ ପଟ୍ଟନାୟକ)ତାଳଚେର ବ୍ଲକ୍ ଘଣ୍ଟପଡ଼ା ସ୍ଥିତ ଗାନ୍ଧିଜୀଙ୍କ ତିରୋଧାନ ଦିବସ ଅବସରରେ “ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ ତଥା କୁଷ୍ଠ ନିବାରଣ ଦିବସ” ପାଳନ କରାଯାଇଅଛି। ପ୍ରଥମେ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରି ମୁଖ୍ୟ ଅତିଥି ଡ଼ାକ୍ତର ବିନୋଦ କୁମାର ସାହୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଦୀପକ ସାହୁ ଗୋଷ୍ଠି କୁଷ୍ଠ ପରାମର୍ଶ ଦାତା ଗୋଡ଼ିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର,ସ୍ମୃତିରେଖା ବେହେରା ମହିଳା ସ୍ୱାସ୍ଥ୍ୟକର୍ମୀ, ଝରଣା ବେହେରା ୱାର୍ଡ଼ ସଭ୍ୟା ଘଣ୍ଟପଡା ଗ୍ରାମପଞ୍ଚାୟତ ଓ ଧୀରେନ୍ଦ୍ର ଦାସ ସଂଘର ସଭାପତି ଯୋଗ ଦେଇଥିଲେ। ମୁଖ୍ୟଅତିଥି କୁଷ୍ଠରୋଗର ସଂକ୍ରମଣ ଓ ନିରାକରଣ ବିଷୟରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଆଶାଦିଦି, ଅଙ୍ଗନୱାଡି କର୍ମୀ,ସୌଭାଗୀନି ସାହୁ ଏମବିକେ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସଂଘର  ଉପସଭାପତି କାହ୍ନୁଚରଣ ଦାସ ,ସହ ସଂପାଦକ ମନୋଜ ଦାସ , ଅଂଶୁମାନ ଦାସ, ଦେବାଶିଷ ସାହୁ ,  ସନ୍ତୋଷ ଦାସ , ଲିପନ ସାହୁ, ପ୍ରୟାଗ ଦାସ , ବିରେନ ଦାସ ଓ ଅନ୍ୟାନ୍ୟ ସଦସ୍ୟ ଅଂଶ ଗ୍ରହଣ କରି ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିଥିଲେ । ଶେଷରେ କୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *