କୋଟପାଡ଼ (ଅଜୟ କୁମାର ମିଶ୍ର ) ଖବର :-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ କୀର୍ତ୍ତମାନ ପରେ ଆଜି କୋଟପାଡ଼ ଅଧିଷ୍ଠାତ୍ରୀ ଦେବୀ ମା ମାଉଲୀଙ୍କ ପୀଠରେ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ, କୋଟପାଡ଼ ବିଧାୟକ ଶ୍ରୀ ରୁପୁ ଭତରାଙ୍କ ଅଧ୍ୟକ୍ଷତାରେ ୧0୮ ଦ୍ୱୀପ ପ୍ରଜ୍ବଳନ ସହିତ ଭାରତ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ କାମନା କରିଥିଲେ,ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଙ୍କ ୪୩୯୮ ଦିନର କାର୍ଯ୍ୟକାଳ ରେକର୍ଡକୁ ଅତିକ୍ରମ କରି ମୋଦିଜୀ ୪୩୯୯ ଦିନ ପୂରଣ କରି ଭାରତର ଦ୍ୱିତୀୟ ସର୍ବାଧିକ ସମୟ ଧରି କାର୍ଯ୍ୟରତ ପ୍ରଧାନମନ୍ତ୍ରୀ ଭାବେ ନୂତନ ଇତିହାସ ସୃଷ୍ଟି କରିଛନ୍ତି, ଯାହାକି ଗୋଟିଏ ବିରଳ ରେକର୍ଡ, ଆଜିର କାର୍ଯ୍ୟକ୍ରମରେ କୋଟପାଡ଼ ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରତିନିଧି ରାମେଶ୍ୱର ଜେନା, ଶିକ୍ଷା ବିଭାଗ ସାଂସଦ ପ୍ରତିନିଧି ଚନ୍ଦ୍ରଶେଖର ଦାସ, ଏନ.ଏ.ସି ସାଂସଦ ପ୍ରତିନିଧି ପ୍ରଦୀପ ରଥ, ବିଧାୟକ ପ୍ରତିନିଧି ସୁରେନ ମହାନ୍ତି, ବିକାଶ ପଟ୍ଟନାୟକ, ଗୌରାଙ୍ଗ ନାୟକ ଙ୍କ ସହିତ ସମସ୍ତ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ମା ମାଉଲିଙ୍କ ଦର୍ଶନ ସହିତ ମୋଦିଜୀଙ୍କ ଦୀର୍ଘାୟୁ କାମନା କରିଥିଲେ
ଇତିହାସ ରଚିଲେ ମୋଦୀ,କୋଟପାଡ଼ ଅଧିଷ୍ଠାତ୍ରୀ ଦେବୀ ମା ମାଉଲିଙ୍କ ମନ୍ଦିରରେ ୧0୮ ଦ୍ୱୀପ ପ୍ରଜ୍ବଳନ
