ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପକ୍ଷରୁ ଷଷ୍ଠ ବାର୍ଷିକ ଉତ୍ସବ

ତାଳଚେର (ଖବର ରାକେଶ ପଟ୍ଟନାୟକ):-ତାଳଚେର ବ୍ଲକ ନାତିଡି ଗ୍ରାମର ସାମାଜିକ ସେବା ଅନୁଷ୍ଠାନ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପକ୍ଷରୁ ସାଉଥ୍ ବଲଣ୍ଡା ଅଫିସର କ୍ଲବ ଠାରେ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଫାଉଣ୍ଡେସନ ର ପ୍ରତିଷ୍ଠାତା ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ଦେବୀ ମିଶ୍ର, ବଲଣ୍ଡା ନୀଳକଣ୍ଠେଶ୍ଵର ଡିଗ୍ରୀ ମହାବିଦ୍ୟାଳୟର ଅଧକ୍ଷ ଡ଼. ବଳଭଦ୍ର ଜେନା, ସମାଜସେବୀ କ୍ଷିରୋଦ ସାହୁ, ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅଜିତ କୁମାର ଧର, ସମାଜସେବୀ ବିଭୂତି ସାହୁ, ବାପି ମହାନ୍ତି, ସମାଜସେବୀକା ପଦ୍ମାଖୀ ସିଂ, ଏଲ ମାଣିକପ୍ରଭା ଯୋଗ ଦେଇ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ କରାଯିବା ସହିତ ଝିଅ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା l ସାମାଜିକ କାର୍ଯ୍ୟର ମଙ୍ଗଳ କାମନା ନିମନ୍ତେ ପ୍ରତ୍ୟକ ସ୍ଥାନରେ ଜଣେ ସାମାଜସେବୀ ସହଯୋଗୀତା ସହଭଗିତା ଓ ସହନଶିଳତା ମନଭାବକୁ ରଖି କାର୍ଯ୍ୟ ସମାପନ କରି ପାରିଲେ ଆମେ ଅସହାୟ ନିରୁପାୟ ପରିବାର କିମ୍ବା ବ୍ୟକ୍ତି ମୁଖରେ ହସଫୁଟାଇ ପାରିବା ବୋଲି ଏହି ଅବସରରେ ଅତିଥି ମାନେ ବକ୍ତବ୍ୟ ରେ କହିଥିଲେ l ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ସାମାଜିକ କର୍ମୀ ମାନଙ୍କୁ ଉତ୍ତରୀୟ, ମାନପତ୍ର ଓ ଗୀତା ବହି ପ୍ରଦାନ କରିବା ସହ କଳା ଓ ସାଂସ୍କୃତିକ କ୍ଷେତ୍ରରେ ପାରଦର୍ଶୀତା ଥିବା ପିଲା ମାନଙ୍କୁ ସମ୍ମାନିତ କରାଯାଉଥିଲା l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶିବ ସୁନ୍ଦର କର, ସୋମେଶ ରଥ, ଦିଲ୍ଲୀପ କୁମାର ସାହୁ, ମନୋଜ ରଥ, ପୂର୍ବତନ ସଭାପତି ହେମନ୍ତ କୁମାର ବେହେରା, ସୌମ୍ୟ ରଞ୍ଜନ ସାହୁ ଓ ବହୁ ସଦସ୍ୟ/ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ l କାର୍ଯ୍ୟକ୍ରମରେ ବସନ୍ତ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ଶେଷରେ ଅନୁଷ୍ଠାନର ସଭାପତି ଶଶିପ୍ରଭା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *