
brp_del_th:null;
brp_del_sen:null;
delta:null;
module: photo;hw-remosaic: false;touch: (0.38675943, 0.6988193);sceneMode: 3145728;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 31;
ସାଇ ଡିଲାଇଟ୍ ରେଷ୍ଟୁରାଣ୍ଟ ର ଶୁଭ ଉଦ୍ଘାଟନ କଲେ ବିଧାୟକ ରମେଶ ଜେନା।
କୁକୁଡାଖଣ୍ଡି: ବ୍ରହ୍ମପୁର ଉପକଣ୍ଠସ୍ଥ ମାଁ ବୁଢୀଘରା ନିକଟରେ “ସାଇ ଡିଲାଇଟ୍” ନାମକ ଏକ ନୂତନ ରେଷ୍ଟୁରାଣ୍ଟ ର ଶୁଭ ଉଦ୍ଘାଟନ ଆଜି ଆଡ଼ମ୍ବରପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଯାଇଛି।ପି. ନାଗେଶ୍ଵର ରାଓଙ୍କ ନେତୃତ୍ୱରେ ଖୋଲାଯାଇଥିବା ଏହି ରେଷ୍ଟୁରାଣ୍ଟ ଶୁଭ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରେଷ୍ଟୁରାଣ୍ଟ ଟି କୁ ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ଜେନା କହିଥିଲେ ଯେ,ଏପରି ଉଦ୍ୟମ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି ସହ ସାମାଜିକ ଓ ଆର୍ଥିକ ଉନ୍ନତି ହେବ। ସାଇ ଡିଲାଇଟ୍ ରେଷ୍ଟୁରାଣ୍ଟ ମାଧ୍ୟମରେ ସାଧାରଣ ଲୋକମାନେ ଗୁଣାତ୍ମକ ଖାଦ୍ୟ ଉପଭୋଗ କରିପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।ସାଇ ଡିଲାଇଟ୍ ରେଷ୍ଟୁରାଣ୍ଟରେ ସମସ୍ତ ପ୍ରକାରର ଆମିଷ ଓ ନିରାମିଷ ଖାଦ୍ୟ ଉପଲବ୍ଧ ରହିବ। ଗରିବ ଓ ଧନୀ — ଦୁହେଁ ଶ୍ରେଣୀର ଲୋକମାନେ ସହଜ ଓ ସହଜସାଧ୍ୟ ଦରରେ ଖାଦ୍ୟ ପାଇପାରିବେ ବୋଲି ରେଷ୍ଟୁରାଣ୍ଟ ପକ୍ଷରୁ ଜଣାଯାଇଛି। ଖାଦ୍ୟର ଗୁଣମାନ ସହ ସଫାସୁତୁରା ପରିବେଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।ରେଷ୍ଟୁରାଣ୍ଟ ର ଆକର୍ଷଣୀୟ ସଜ୍ଜାସଜ୍ଜି ଓ ଆଧୁନିକ ବ୍ୟବସ୍ଥା ଗ୍ରାହକଙ୍କୁ ବେଶ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଛି। ପରିବାର ସହ ଖାଦ୍ୟ ଉପଭୋଗ ପାଇଁ ଏହା ଏକ ଉତ୍ତମ ସ୍ଥାନ ବୋଲି ଉପସ୍ଥିତ ଲୋକମାନେ ମତ ପ୍ରକାଶ କରିଥିଲେ।ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସମାଜସେବୀ ପି. ଶିବପ୍ରସାଦ ଦୋରା, ଅଦଳ ଭରତ, ବନବାସ ପାଢ଼ୀ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସ୍ଥାନୀୟ ବ୍ୟବସାୟୀ ଓ ଅଞ୍ଚଳବାସୀ ଯୋଗ ଦେଇଥିଲେ। ସମସ୍ତେ ସାଇ ଡିଲାଇଟ୍ ରେଷ୍ଟୁରାଣ୍ଟ ର ସଫଳତା କାମନା କରିଥିଲେ।
