ଆସନ୍ତା ୨୫ ତାରିଖ ଘଣ୍ଟପଡ଼ା ସ୍ଥିତ ରେଲୱେ ଓଭର ବ୍ରିଜର ଉଦ୍‌ଘାଟନ

ତାଳଚେର :(ଖବର) ରାକେଶ ପଟ୍ଟନାୟକ:- ତାଳଚେରର ମୁଖ୍ୟ ସମସ୍ୟା ଘଣ୍ଟପଡ଼ା ସ୍ଥିତ ରେଲୱେ ଓଭର ବ୍ରିଜର ଉଦ୍‌ଘାଟନ ହେବା ପାଇଁ ଯାଉଛି । ହାଣ୍ଡିଧୂଆଁରୁ ଏଫସିଆଇ ରାସ୍ତାରେ ରେଲୱେ ଲେବଲ କ୍ରସିଂ ଥିବା ହେତୁ ଦିନକୁ ଆଠ ରୁ ଦଶ ଘଣ୍ଟା ପର୍ଯ୍ୟନ୍ତ ଫାଟକ ପଡିବା କାରଣରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବହୁ ସମୟରେ ଆମ୍ବୁଲାନ୍ସ ମଧ୍ୟ ଅଟକି ରହୁଥଲା । ବହୁ ବର୍ଷ ଧରି ଉକ୍ତ ଓଭର ବ୍ରିଜ କାର୍ଯ୍ୟ ହୋଇ ପାରୁ ନଥିଲା ବିଜେପି ସରକାର ଆସିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଉକ୍ତ ଓଭର ବ୍ରିଜ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ଆଜି ସମ୍ପୂର୍ଣ ହୋଇଛି । ୪୮ କୋଟି ବ୍ୟୟରେ ଉକ୍ତ କାର୍ଯ୍ୟକୁ ଆସନ୍ତା ଜାନୁଆରୀ ୨୫ ତାରିଖ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିସି ମାଧ୍ୟମରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଆଜି ଗୁରୁବାର ସାଉଥ ବଲଣ୍ଡା ବିଏମଏସ କାର୍ଯ୍ୟାଳୟ ରେ ବିଜେପି ତାଳଚେର ନିର୍ବାଚନ ମଣ୍ଡଳୀର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବହୁ ପ୍ରତିକ୍ଷୀତ ଓଭର ବ୍ରିଜ କାର୍ଯ୍ୟକୁ କରାଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଆସନ୍ତା ୨୫ ତାରିଖ ଉଦଘାଟନ କାର୍ଯ୍ୟକ୍ରମ ରେ ସମସ୍ତ ବୁଥରୁ କାର୍ଯ୍ୟକର୍ତା ତଥା ଜନସାଧାରଣ ହଜାର ହଜାର ସଂଖ୍ୟାରେ ଯୋଗଦେବା ପାଇଁ ଆହ୍ୱାନ ଦିଆଯାଇଥିଲା । ରତ୍ନାକର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ବୈଠକରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ରାଜେନ୍ଦ୍ର ସିଂହ, ପର୍ଶୁରାମ ବାରିକ, ମନୋଜ ପ୍ରଧାନ, ନଗରପାଳ ପବିତ୍ର ଭୁତିଆ, ସରପଞ୍ଚ ସହଦେବ ସାହୁ ଓ ଗୀତିଶ ପ୍ରଧାନ, ସମସ୍ତ ମଣ୍ଡଳ ସଭାପତିଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *