କୋଟପାଡ଼ (ଅଜୟ କୁମାର ମିଶ୍ର ) କୋଟପାଡ଼ ଠିକାଦାର ମହାସଙ୍ଘର ୮ ଗୋଟି ଦାବୀ ନେଇ ଗଣଧାରଣା ସାରା ରାଜ୍ୟରେ ଅଲ ଓଡିଶା କଣ୍ଟରେକଟର ମହାସଙ୍ଘ ଆନୁକୂଲ୍ୟରେ ଗଣଧାରଣା କରୁଥିବାବେଳେ, ଆଜି କୋଟପାଡ଼ ଏନ.ଏ.ସି ସମ୍ମୁଖରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସେମାନଙ୍କର ୮ଗୋଟି ଦାବୀ ପୂରଣ ପାଇଁ ଗଣଧାରଣାରେ ବସିଥିବାର ଦେଖିବାକୁ ମିଳିଥିଲା,କୋଟପାଡ଼ ଠିକାଦାର ମହାସଙ୍ଘର ସଭାପତିଙ୍କ ସହିତ ସମସ୍ତ କାର୍ଯ୍ୟ କାରିଣୀ ସଦସ୍ୟ ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା,ଆଜି ଉପସ୍ଥିତ ରହି ବିଭିନ୍ନ ଦାବୀ ନେଇ ଗଣଧାରଣା କରିଥିବାର ଦେଖିବାକୁ ମିଳିଥିଲା,ବିଶେଷ କରି ୧ )ପୂର୍ତ୍ତ ବିଭାଗ ସକୁର୍ଲାର ନଂ -0୭୭୬୪୬000୨୨0୨ ୫୧୭୩ ତାରିଖ 0୩-0୧-୨0୨୬କୁ ଅବିଳମ୍ବେ ରଦ କରି ସର୍ବନିମ୍ନ ଟେଣ୍ଡର ମୂଲ୍ୟ S.O.ର ରୁ ଅର୍ଥାତ 0.00%କୁ କମ ନ କରିବାକୁ ଆଇନ ଅଣାଯାଉ, ୨)ନୋଡାଲ ବ୍ୟବସ୍ଥା ଅନୁଯାଇ ପ୍ରତିବର୍ଷ ନିୟମିତ ଭାବେ SOR ସ୍ଥିରୀକୃତ କରାଯାଉ,୩) ଆବଶ୍ୟକ କାର୍ଯ୍ୟର ସମୟସୀମା ବୃଦ୍ଧି କଲାବେଳେ ଦିନପିଛା ଜରିମାନାକୁ ରଦ୍ଦ କରାଯାଉ, ୪) କାର୍ଯ୍ୟଦକ୍ଷତାର ମାନଦଣ୍ଡକୁ ଏକରାଜ୍ୟ ଏକ ଆଇନ ଭିତିକ ପ୍ରଚଳନ କରାଯାଉ,୫) ବହୁ ପୂର୍ବରୁ ପ୍ରଚଳିତ ଶର୍ଟ ଟେଣ୍ଡର କୋଲ ନୋଟିସ (F2) ଦ୍ୱାରା ସର୍ବାଧିକ ଟେଣ୍ଡର ମୂଲ୍ୟ ପାଞ୍ଚଲକ୍ଷ ଟଙ୍କାରୁ ଦଶଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ, ସେହିପରି ୮ଗୋଟି ଦାବୀ ଗଣ ମାଧ୍ୟମ ସମ୍ମୁଖରେ ଉପସ୍ଥାପନା କରିଥିଲେ ,ସୂଚନା ଥାଉକି ୭୫,000 ଠିକାଦାରଙ୍କ ପରିବାର ଓ ସେମାନଙ୍କ ଉପରେ ନିର୍ଭରଶୀଳ ଅସଂଖ୍ୟ ପରିବାରଙ୍କ ଜୀବିକାକୁ ଦୃଷ୍ଟିରେ ରଖି ୧୮ ଫେବୃଆରୀ ୨0୨୬ ସୁଦ୍ଧା ସମସ୍ତ ଦାବୀ ଉପରେ ସହୃଦୟତାର ସହ ବିଚାର କରିବାକୁ ବିନ୍ରମ ଅନୁରୋଧ କରିଥିବାର ନଜର ଆସିଥିଲା ଏବଂ ବିଧାନସଭାରେ ପ୍ରଶ୍ନ ଉଠେଇ ଠିକାଦାର ବନ୍ଧୁ ମାନଙ୍କୁ ନ୍ୟାୟ ଦେବେ ବୋଲି ଆଜି ପ୍ରକାଶ କରିଥିଲେ,ଆଜି ଠିକାଦାର ସଙ୍ଘର ସମସ୍ତ ସଦସ୍ୟ ମାନେ ଗଣ ଧାରଣାରେ ଉପସ୍ଥିତ ରହି ବିଭିନ୍ନ ନାରା ସହିତ ନିଜ ନିଜର ଦାବୀ ଗୁଡିକ କରିଥିବାର ଦେଖିବାକୁ ମିଳିଥିଲା
କୋଟପାଡ଼ ଠିକାଦାର ମହାସଙ୍ଘର ୮ ଗୋଟି ଦାବୀ ନେଇ ଗଣଧାରଣା
