କୋରାପୁଟ ଜିଲ୍ଲା ଉତ୍କଳ ସମ୍ମିଳନୀର ବୈଠକ।

କୋରାପୁଟ ଜିଲ୍ଲା ଉତ୍କଳ ସମ୍ମିଳନୀର ବୈଠକ।

ଜୟପୁର,୨୨ା୨:(ଅଜୟ କୁମାର ବେହୁରିଆ ) ସ୍ଥାନୀୟ ଖାଲସାହିସ୍ଥ ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି ଉଦ୍ୟାନରେ ଆୟୋଜିତ ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଳା ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସଭାପତି ମଦନ ମୋହନ ନାୟକ ପୌରୋହିତ୍ୟ କରିଥିଲେ। ସଂପାଦକ ନବୀନ ମାଦଳା ଗତ ବୈଠକର ବିବରଣୀ ପ୍ରଦାନ କରିଥିବା ବେଳେ ଉପସଭାପତି ରାଜେନ୍ଦ୍ର କୁମାର ଗୌଡ଼ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଆସନ୍ତା ଫେବୃୟାରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖରେ ଜୟପୁର ଠାରେ ହେବାକୁ ସ୍ଥିର ରହିଥିବା ସମ୍ମିଳନୀର ସ୍ୱତନ୍ତ୍ର ବୈଠକ ଉପରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଯୋଗ ଦେବାକୁ ରାଜ୍ୟ ସରକାରଙ୍କ ଯେଉଁ ମନ୍ତ୍ରୀ ମାନଙ୍କୁ ଅନୁରୋଧ ରହିଥିଲା ବିଧାନସଭା ବଜେଟ ଅଧିବେଶନ ଯୋଗୁଁ ସେମାନଙ୍କ ପକ୍ଷରୁ ଆସିବା ସମ୍ଭବ ହେଉନଥିବା ସୂଚନା ମିଳିଥିଲା। ଏହାକୁ ନେଇ ଆସନ୍ତା ସ୍ୱତନ୍ତ୍ର ଅଧିବେଶନକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ମତ ପ୍ରକାଶ ପାଇଥିଲା । ଏହି ମତକୁ ସମସ୍ତ କର୍ମକର୍ତ୍ତା ସହମତି ଜଣାଇଥିଲେ। ସମ୍ମିଳନୀର ରାଜ୍ୟ ସ୍ତରୀୟ ସ୍ୱତନ୍ତ୍ର ଅଧିବେଶନ ଯାହା ଫେବୃୟାରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖରେ ଜୟପୁରରେ ହେବାକୁ ଘୋଷିତ ହୋଇଥିଲା ତାହା ସାମୟିକ ଭାବେ ସ୍ଥଗିତ ନିଷ୍ପତ୍ତି ସହ ପୁଣି ଆସନ୍ତା କିଛି ଦିନ ପରେ ଏହି ବୈଠକ ହେବାକୁ ରହିଥିବା ବେଳେ ଏଥିରେ ଯେପରି ଓଡ଼ିଶାର ମନ୍ତ୍ରୀ ମାନେ ଯୋଗ ଦେବେ ସେ ସଂପର୍କରେ ଯୋଗାଯୋଗ ଏବଂ ଅତିଥି ସଂପର୍କ ନେଇ ଉପଦେଷ୍ଟା ଭୃଗୁ ବକ୍ସିପାତ୍ରଙ୍କୁ ଦାୟିତ୍ୱ ଦେବାକୁ ବୈଠକରେ ସ୍ଥିର ହୋଇଥିଲା। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୁଗ୍ମ ସଂପାଦକ ଚନ୍ଦ୍ରକାନ୍ତ ସୂତାର, ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ ଦାସ ଶୁଭେନ୍ଦୁ ବ୍ରହ୍ମା, ଦିଲୀପ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ସଂଗଠନ ସଂପାଦକ ପରମେଶ୍ୱର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *