ପୌରର ଅନିମୀୟତତା କୁ ଅଭିଯୋଗକୁ ଖଣ୍ଡନ କଲା କଂଗ୍ରେସ।

ଜୟପୁର,୨୧।୨: (ଅଜୟ କୁମାର ବେହୁରିଆ )ପୌର ଅଧକ୍ଷ ନରେନ୍ଦ୍ର ମହାନ୍ତିଙ୍କ ବିରୁଦ୍ଧରେ ହୋଇଥିବା ଦୁର୍ନିତୀ ଅଭିଯୋଗକୁ ଏକ ସାମ୍ୱାଦିକ ସମ୍ମିଳନୀରେ ଖଣ୍ଡନ କରିଛନ୍ତି ଜିଲ୍ଲା କଂଗ୍ରେସ କମିଟି ସଭାପତି ରୂପକ ତୁରୁକ। ଏହି କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଜିଲ୍ଲା କଂଗ୍ରେସ କମିଟି କୋଷାଧ୍ୟକ୍ଷ ନିହାର ବିଶୋଇ ଏବଂ ବ୍ଲକ କଂଗ୍ରେସ କମିଟି ସଭାପତି ବସନ୍ତ ନାୟକ ଉପସ୍ଥିତ ରହିଥିଲେ। ରହିଥିବା ଅଭିଯୋଗ ଜଗନ୍ନାଥ ସାଗରର ଉନ୍ନତି ପାଇଁ ଆସିଥିବା ରାଶି SHG ଗ୍ରୁପ ମାଧ୍ୟମରେ 5 କୋଟି ରୁ ଉର୍ଦ୍ଧ  କାର୍ଯ୍ୟ କରାଯାଇଛି  ଓ ଟେଣ୍ଡର ମାଧ୍ୟମ 9 କୋଟି ଖର୍ଚ୍ଚ କରାଯାଇଛି । ଏହି ସାଗରର ପାରିପାର୍ଶିକ ଉନ୍ନତି ପାଇଁ ହଲ  କେବଳ ଏକ କୋଟି ଟଙ୍କା ଦେଇଛି! ଯାହା କାର୍ଯ୍ୟକାରୀ କରା ଯାଇଛି  ଏବଂ ଅନ୍ୟାନ୍ୟ କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ହୋଇଛି। ବିଗତ ପରିଷଦରେ ମାଛ ଜାଲ ପାଇଁ ଆସିଥିବା ରାଶି ପ୍ରାୟ ୨୦ ଲକ୍ଷ୍ୟ ଟଙ୍କା ବାର୍ଷିକ ହଡ଼ପ କରିଥିବା ପ୍ରସଙ୍ଗ ଉଠାଇଥିଲେ। ସ୍ୱଚ୍ଛତା ପାଇଁ ବିଗତ ଦିନରେ ଶହେ ପ୍ରତିଶତ ରୁ ଦୁଇ ଶହ ପ୍ରତିଶତ ବୃଦ୍ଧି କରି ଅର୍ଥ ହଡ଼ପ କରିଥିବା ଅଭିଯୋଗ କରିଥିଲେ। କଂଗ୍ରେସର ପୌର ଅଧ୍ୟକ୍ଷ ସମୟରେ ସାନିଟେସେନ ବାବଦକୁ ଟେଣ୍ଡର ହୋଇଥିଲା। ବିଗତ ପୌର ପାରିଷଦ ଅମଳରେ ହୋଇଥିବା ଦୁର୍ନିତୀ ବିଷୟ ରେ ବଖାଣି ଛନ୍ତି। ଟେଣ୍ଡର ଦୁର୍ନିତୀ ଉପରେ ସ୍ୱଷ୍ଟିକରଣ ଏହା ସମ୍ପୂର୍ଣ ମିଥ୍ୟା ବୋଲି କହିଥିଲେ। ପୂର୍ବତନ ପୌର ଉପାଧ୍ୟକ୍ଷ ପୌର ଅଧକ୍ଷଙ୍କ ଇସ୍ତଫା ମାଗିଥିବାକୁ ନେଇ ବର୍ଶିଥିଲେ ଅଧ୍ୟକ୍ଷ। ନିଜ ସ୍ଵାସ୍ତ୍ୟ ସମ୍ପର୍କିତ ରିପୋର୍ଟ ଦାଖଲ ପ୍ରସଙ୍ଗକୁ ନେଇ ମାନ୍ୟବର କୋର୍ଟ ରେ ମାମଲା ଟି ରହିଛି ମାନ୍ୟବର କୋର୍ଟ ତାର ନିଷ୍ପତି ନେବେ 

Leave a Reply

Your email address will not be published. Required fields are marked *