ପିଲାଙ୍କ ଭବିଷ୍ୟତ ଗଢି ବାରେ ସହାୟକ ହେବ ପିଏମ୍‌ ଶ୍ରୀ

ପିଲାଙ୍କ ଭବିଷ୍ୟତ ଗଢି ବାରେ ସହାୟକ ହେବ ପିଏମ୍‌ ଶ୍ରୀ

ବୌଦ୍ଧ, ୫/୨ (ଭାଗବତ ମେହେର) : ବୌଦ୍ଧ ସଦର ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପିଏମ୍‌ ଶ୍ରୀ ଉତ୍ସବ ଉଦଘାଟିତ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ଆମନ୍ତ୍ରଣରେ ମୁଖ୍ୟ ଅତିଥି ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସଭାପତିତ୍ୱ କରିଥିଲେ।ଅତିଥିମାନେ ପ୍ରଦର୍ଶନୀ ସ୍ଥଳ ଉଦଘାଟନ କରି ଛାତ୍ରଛାତ୍ରୀଙ୍କ ପ୍ରକଳ୍ପ ବିଷୟରେ ଅବଗତ ହୋଇଥିଲେ। ସାହିତ୍ୟ, ବିଜ୍ଞାନ, କୌଶଳ, କ୍ରୀଡ଼ା, ଭାଷା ପ୍ରୟୋଗଶାଳା ଓ ବ୍ୟାଙ୍କିଙ୍ଗ ସଚେତନତା ଭଳି ବିଭିନ୍ନ ପ୍ରଦର୍ଶନୀ ଆକର୍ଷଣ କେନ୍ଦ୍ର ଥିଲା। ପିଲାଙ୍କ ବ୍ୟକ୍ତିତ୍ୱ ନିର୍ମାଣରେ ଏପରି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଥିଲେ।ଜିଲ୍ଲାର ବିଭିନ୍ନ ପିଏମ୍‌ ଶ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଅଂଶ ନେଇଥିବା ବେଳେ କାର୍ଯ୍ୟକ୍ରମ ଆସନ୍ତା କାଲି ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ଶିକ୍ଷା ବିଭାଗ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *