ଏକାଧିକ ମାମଲାରେ ସଂଶ୍ଳିଷ୍ଟ ରହିଥିବା ୩ ନାବାଳାକଙ୍କ ସମେତ ୭ ଜଣ ଲୁଟେରା ଗିରଫ


ଜୟପୁର ୧୭।୩ : (ଅଜୟ ବେହୁରିଆ )ଜୟପୁର ସହରରେ ଲୁଟେରା ମାନଙ୍କ ଉପରେ ପୁଣି ପୁଲିସର କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି । Ips ଅର୍ଚିତା ମିତଳ ଙ୍କ ଦ୍ୱାର | ଟାଉନଥାନା ପୁଲିସ ପ୍ରାୟ ୬ ଟି ମାମଲାରେ ସଂଶ୍ଳିଷ୍ଟ ରହିଥିବା ୩ ଜଣ ନାବାଳକ ସମେତ ୪ଜଣ ଲୁଚେରାଙ୍କୁ କାବୁ କରିବା ସହିତ କୋର୍ଟ ଚାଲାଣ କରିଛନ୍ତି । ସେହିପରି ଅଭିଯୁକ୍ତ ମାନଙ୍କ ନିକଟରୁ ଲୁଟ ଟଙ୍କା, ମୋବାଇଲ ଉଦ୍ଧାର କରାଯାଇଛି । ଗିରଫ ଦୁର୍ଦ୍ଧାନ୍ତ ଅପରାଧି ମାନେ ହେଲେ ଜୟପୁର ସହରର ଗୋପବନ୍ଧୁ ନଗରର ଶିବ ନାୟକ (୨୦), ଓଡିଆ ମେଦ୍ରୀ ସାହି ବାଦଲ କୁମାର ପୁଜାରି (୨୩), ଖ୍ରୀଷ୍ଟିଆନ ସାହି ବିଜୁ ରାଜନଗରର ସମୀର ଗୁଣିଆ (୨୧)ଓରଫ ଲିପୁନ ଏବଂ ଗୋପବନ୍ଧୁ ନଗରର ଆକାଶ ହିଆଲ (୧୯) । ସମସ୍ତ ୪ଜଣ ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ୩ଜଣ ନାବାଳକ ଅପରାଧିଙ୍କୁ ସ୍ଥାନୀୟ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ହାଜର କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କ ଜାମିନ ଖାରଜ ହେବା ପରେ ଅଭିଯୁକ୍ତ ୪ ଜଣଙ୍କୁ ଜେଲ ହାଜତକୁ ଏବଂ ୩ ଜଣ ନାବାଳକଙ୍କୁ ମାଲକାନଗିରି ସୁଧାର ଗୃହକୁ ପଠାଯାଇଛି । ଆଜି ସଂଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡପିଓ କୁମାରୀ ଅର୍ଚିତା ମିତ୍ତଲ ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୮ ତାରିଖରେ ଅପରାହ୍ନ ୩ ଟା ସମୟରେ କୁନ୍ଦୁରା ଥାନା କନ୍ଧଗୁଡା ଗ୍ରାମର ନବୀନ ସାନ୍ତା ଏବଂ ତାଙ୍କ ଦାଦା ବାଇକରେ ନିଜ ଗ୍ରାମକୁ ଫେରୁଥିବା ବେଳେ ସ୍ଥାନୀୟ ରାଜୁ ସାହି ନିକଟରେ ୩ଜଣ ଅଭିଯୁକ୍ତ ଏକ ସ୍କୁଟି ଯୋଗେ ଉଭୟଙ୍କୁ ରାସ୍ତାରେ ଅଟକାଇ ଛୁରା ଦେଖାଇ ସାଢେ ୪ ହଜାର ଟଙ୍କା ଲୁଟ କରିଥିଲେ । ଏଥିନେଇ ସ୍ଥାନୀୟ ଜଣେ ବ୍ୟାକ୍ତିଙ୍କ ଗୃହରୁ ସିସି କ୍ୟାମେରେ ଉତ୍ତୋଳନ ହୋଇଥିବା ଭିଡିଓ ଭାଇରାଲ ହେବା ପରେ ପୁଲିସ ନିଜ ପଟରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ଏହିପରି ୨୪ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତ ଶିବ ଓ ବାଦଲ ସମେତ ଜଣେ ନାବାଳକଙ୍କୁ ଏହି ମାମଲାରେ ଗିରଫ କରାଯାଇ ଲୁଟରେ ବ୍ୟବହୃତ ସ୍କୁଟି (ଓଡି ୧୦ ଏକ୍ସ ୭୮୨୧), ଲୁଟ ୨ହଜାର ଟଙ୍କା ଏବଂ ଗୋଟିଏ ଛୁରା ଜବତ କରାଯାଇଥିଲା । ଏହି ମାମଲାର ତଦନ୍ତ ଏସ.ଆଇ ସିଦ୍ଧାନ୍ତ ବେହେରା କରିଥିବା ବେଳେ ପୀଡିତଙ୍କୁ ଡକାଯାଇ ଏତଲା ଗ୍ରହଣ କରିବା ସହିତ ତାଙ୍କ ଲୁଟ ଉଦ୍ଧାର ଟଙ୍କା ଫେରସ୍ତ କରାଯାଇଛି । ଏହିପରି ଗତ ଜାନୁୟାରୀ ମାସ ୨୫ ତାରିଖରେ ଛୁରା ଦେଖାଇ ମୋବାଇ ଏବଂ ଟଙ୍କା ଲୁଟ ଅଭିଯୋଗରେ ଅନ୍ୟାନ୍ୟ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଦୁର୍ଦ୍ଧାନ୍ତ ଅପରାଧି ସମୀର ଗୁଣିଆ ଓରଫ ଲିପୁଚ ଫେରାର ହୋଇଥିଲା । ଏହିପରି ଅଭିଯୁକ୍ତ ଲିପୁନ ଏବଂ ଅନ୍ୟାନ୍ୟ ସହଯୋଗୀ ମାନେ ଗତାକାଲି ମଧ୍ୟ ଏହିପରି କେନାଲ ରୋଡରେ ଛୁରା ଦେଖାଇ ଜଣେ ଲୋକଙ୍କ ଠାରୁ ମୋବାଇଲ ଲୁଟ କରିଥିବା ଅଭିଯୋଗରେ କ୍ରମେ ପୁଲିସ ଚଢଉ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଥିଲେ । ଅଭିଯୁକ୍ତ ଲିପୁନଙ୍କ ଠାରୁ ଦୁଇଟି ଲୁଟ ମୋବାଇଲ ଜବତ କରାଯାଇଥିଲା । ଏହିପରି ଲୁଟ ନେଇ ୩ ଟି ମାମଲାର ତଦନ୍ତ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ, ଏସ.ଆଇ ଦିପକ କୁମାର ପଣ୍ଡା| ରାଜେନ୍ଦ୍ର ପାଙ୍ଗି ଏବଂ ଏଏସଆଇ ଡି.ପ୍ରଭୁ ସାଇ କରୁଥିଲେ । ସେହିପରି ଅନ୍ୟ ଏକ ଲୁଟେରା ଆକାଶକୁ ମଧ୍ୟ ପୁଲିସ ପୂର୍ବ ମାମଲାରେ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିବା ନେଇ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *