ଫୋକସ ପ୍ଲସ୍ ସାଟେଲାଇଟ୍ ମାଧ୍ୟମରେ ଟିଭି ପରଦାରେ ଖବର ପରିବେଷଣ କରିବାକୁ ଯାଉଛି ।

ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଉତ୍ସବମୁଖର ଗାଁଠୁ ସହର । ରାଜ୍ୟର ବିଭିନ୍ନ ସ୍ଥାନରେ ମହା-ଆଡମ୍ବରରେ ସରସ୍ୱତୀ ପୂଜା ପାଳିତ ହୋଇଥିବା ବେଳେ ଏହି ଧାରାରେ ସାମିଲ୍ ହୋଇଥିଲା ରାଜ୍ୟର ଅଗ୍ରଣୀ ବୈଦ୍ୟୁତିକ ଗଣମାଧ୍ୟମ ଫୋକସ୍ ପ୍ଲସ୍ । ବାଗ୍ଦେବୀଙ୍କ ପୂଜାର୍ଚ୍ଚନା ସମେତ ଆଗାମୀ ଦିନରେ ସାଟେଲାଇଟ୍ ମିଡିଆ ରୂପରେ ପାଦ ଥାପିବାକୁ ଯାଉଥିବା ଫୋକସ୍ ପ୍ଲସର ନବ ନିର୍ମିତ ତଥା ବର୍ଦ୍ଧିତ କାର୍ଯ୍ୟାଳୟର ଗୃହ ପୂଜା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ନୂତନ କାର୍ଯ୍ୟାଳୟ ଉଦଘାଟନ କରିଥିଲେ। ସେହିପରି ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ନବନିର୍ମିତ କାର୍ଯ୍ୟାଳୟର ଶୋଭା ବୃଦ୍ଧି କରିଥିଲେ । ଉଭୟ ଅତିଥିଙ୍କୁ ପାରମ୍ପରିକ ଢଙ୍ଗରେ ଫୁଲ, ଚନ୍ଦନ ଦେଇ କର୍ମଚାରୀ ମାନେ ସ୍ବାଗତ କରିଥିବା ବେଳେ ଉପଢ଼ୌକନ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ ଫୋକସ୍ ପ୍ଲସ୍ ମୁଖ୍ୟ ତଥା ପ୍ରତିଷ୍ଠାତା ସମ୍ପାଦକ ଡ. ସୁଧାଂଶୁ ଶେଖର ରାଉତ । ଏହା ବ୍ୟତୀତ ଅନୁଷ୍ଠାନର ପ୍ରମୁଖ ନିର୍ଦ୍ଦେଶକ ତୃଣବିନ୍ଦୁ ମହାନ୍ତି, ଅଧ୍ୟକ୍ଷ ସନ୍ତୋଷ ଚୌଧୁରୀ, ହାଇଟେକ୍ ଗ୍ରୁପ୍ ଉପାଧ୍ୟକ୍ଷ ତିରୁପତି ଚୌଧୁରୀ , ସଂଗ୍ରାମ କେଶରୀ ମହାନ୍ତି ଉପସ୍ଥିତ ରହି ଅତିଥିଙ୍କୁ ଅଭ୍ୟର୍ଥନା ଦେବା ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ପ୍ରେରଣା ଦେଇଥିଲେ । ଆସନ୍ତା ଫେବୃଆରୀରେ ଫୋକସ ପ୍ଲସ୍ ସାଟେଲାଇଟ୍ ମାଧ୍ୟମରେ ଟିଭି ପରଦାରେ ଖବର ପରିବେଷଣ କରିବାକୁ ଯାଉଛି । ଏନେଇ ସମସ୍ତେ ମା ସରସ୍ବତୀଙ୍କ ଆରାଧନା କରିଥିଲେ । ଶେଷରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *