ବଣାଇ ଉପଖଣ୍ଡ ଅନ୍ତର୍ଗତ ଗୁରୁଣ୍ଡିଆ ବ୍ଲକ୍ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଟୁରିଧୁଆର ବାର୍ଷିକ ଉତ୍ସବ ମହାସମାରହରେ ପାଳିତ ହୋଇ ଯାଇଛି।,
ବଣାଇ, ୨୮/୦୨/୨୬(ଡମ୍ବରୁ ପ୍ରଧାନ) ସ୍ବେଚ୍ଛାସେବୀ ହେମ ଚନ୍ଦ୍ର ପ୍ରଧାନ (ଡମ୍ବରୁ) ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଜିଲ୍ଲାପରିଷଦର ଉପସଭାପତି କମଲ ଲାକ୍ରା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ବେଣୁଧର ସ୍ୱାଇଁ ଯୋଗଦାନ କରିବା ସହିତ ସମ୍ମାନୀତ ଅତିଥିଭାବେ ଗୌରୀ ନର୍ସିଂ ତଥା ସେମ୍ ରକ୍ ଏମ ଡି ରାଜୁ ପୃଷେଠ , ରାଜ୍ୟ କାଉନସିଲ୍ ମେମ୍ବର ବିଜେପି ବାସୁଦେବ ସାହୁ, ଗୁରୁଣ୍ଡିଆ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଦେବବ୍ରତ ନାୟକ, ସ ବଲାଙ୍ଗ ବାନପାଳ ସଞ୍ଜୟ କୁମାର ନାୟକ, ପୂର୍ବତନ ସମିତି ସଭ୍ୟ ଭରତ କୁମୁରା ଓ ନରେନ୍ଦ୍ର ପଞ୍ଚାୟତ ସରପଞ୍ଚ କୁମୁଦିନୀ ବାର୍ଲା ଯୋଗ ଦେଇଥିଲେ । ଉତ୍ସବର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ ଅତିଥି ପରିଚୟ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କଦ୍ଵାରା ପୁଷ୍ପ ଗୁଚ୍ଛ ସହ ଉପଢୌକନ ଦେଇ ସ୍ଵାଗତ କରାଯାଇଥିଲା। ତତ୍ ପରେ ଅତିଥିଗଣ ବିଘ୍ନ ବିନାଶନ ଶ୍ରୀ ଶ୍ରୀ ଗଣେଶଙ୍କ ଫୋଟଚିତ୍ରରେ ପ୍ରଦୀପ ପ୍ରଜ୍ଵଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହାପରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ଵାଗତ ସଂଗୀତ ଓ ଉତ୍କଳ ବନ୍ଦନା ଗାନ କରାଯାଇଥିଲା। ଏହାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଶୁରାମ ବାରିକ୍ ବାର୍ଷିକ ବିବରଣୀ ପଠନ କରି ବିଦ୍ୟାଳୟର ସାଂପ୍ରତିକ ପରିସ୍ଥିତି, କୃତିତ୍ବ ଓ ସମସ୍ୟା ଉପରେ ଗୁରୁତ୍ବଆରୋପ କରି ଏହାର ଆଶୁ ସମାଧାନ ପାଇଁ ଉଚ୍ଚକତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟ ଅତିଥି କମଲ ଲାକ୍ରା ସମସ୍ୟା ଗୁଡ଼ିକୁ ସମ୍ମାନ ଜଣାଇ ଏହାର ଯଥା ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ସ୍ୱାଇଁ ଆଦିବାସି ବହୁଳ ଅଞ୍ଚଳ କଟୁରିଧୁଆରେ ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭା ଗୁଡ଼ିକୁ ପ୍ରସ୍ଫୁଟିତ କରିବାରେ ଶିକ୍ଷକ ମାନଙ୍କ ସହ ସାମାଜିକ ପରିବେଶ ତଥା ଅଭିଭାବକ ମାନଙ୍କ ମଧ୍ୟ ଗୁରୁ ଦାୟିତ୍ବ ରହିଛି ବୋଲି ମତବ୍ୟକ୍ତ କରିବା ସହ ବିଦ୍ୟାଳୟର ଭୂୟସୀ ପ୍ରଶଂସା କରିଥିଲେ। ଗୌରୀ ନର୍ସିଂ କଲେଜ, ସେମ୍ରୋକ ଏମ ଡି ଶ୍ରୀଯୁକ୍ତ ପୃଷେଠ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଶୁରାମ ବାରିକଙ୍କୁ ତାଙ୍କର କାର୍ଯ୍ୟ କଳାପ ପାଇଁ ପ୍ରଶଂସା କରିବା ସହ ଗୌରୀ ନର୍ସିଂ କଲେଜ ତରଫରୁ ଉପଢ଼ୌକନ ଦେଇ ସମ୍ମାନିତ କରୁଥିଲେ । ବାନପାଳ ଶ୍ରୀଯୁକ୍ତ ନାୟକ ବିଦ୍ୟାଳୟର ଉତ୍ତୋରତର ଉନ୍ନତି କାମନା କରିଥଲେ । ତତ୍ ପରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବାର୍ଲା ଏକ ସପ୍ତାହ ମଧ୍ୟରେ ବିଦ୍ୟାଳୟ ସମ୍ମୁଖରେ ଆଲୋକ ସଂଯୋଗ କରିବାପାଇଁ ପ୍ରତିଶୃତି ଦେଇଥିଲେ । ଏହାପରେ ବିଦ୍ୟାଳୟର ବାର୍ଷିକ କ୍ରୀଡାତ୍ସବରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାପରେ ବରିଷ୍ଠ ସହକାରୀ ଶିକ୍ଷକ ଅଭିମନ୍ୟୁ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହାପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ସାଗର ସଙ୍ଗମ କଳା ପରିଷଦ ର ସଦସ୍ୟ ମାନେ ସାହାଯ୍ୟ କରିଥଲେ ।ଏହି କାର୍ଯ୍ୟକ୍ରମରେ ବିଭୁପ୍ରସାଦ ରଣା, ଦେବଧି ସୁର୍ୟ, ବୈଶାଖୁ ସେଠ୍, ପ୍ରଭାସ ମହକୁଳ, ସମ୍ବାରୀ ଓରାମ, ଚାଇଆ ଓରାମ ଏବଂ ଅଭିଭାବକ ଗଣ ସାହାଯ୍ୟ କରିଥଲେ ।
