ବାଲେଶ୍ୱର, ୧୦/୦୬/୨୦୨୬(ଖବର): ଭାରତର ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ସମୟ ଧରି ନିର୍ବାଚିତ ହୋଇ ଦେଶସେବା କରିବାର ଐତିହାସିକ ରେକର୍ଡ ସ୍ଥାପନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ଝାଡେଶ୍ୱର ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ପ୍ରାର୍ଥନା କରାଯାଇଛି।୨୦୧୪ ମସିହା ମେ ୨୬ ତାରିଖରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ନରେନ୍ଦ୍ର ମୋଦି ନିରନ୍ତର ଭାବେ ୪୩୯୯ ଦିନ ଧରି ଦେଶର ସେବା କରି ଏକ ବିରଳ ରେକର୍ଡ ସ୍ଥାପନ କରିଛନ୍ତି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ସୁସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ଦେଶସେବାର ଅବ୍ୟାହତ ସଫଳତା ପାଇଁ ପ୍ରାର୍ଥନା କରିଥିଲେ।ଏହି ଅବସରରେ ଶ୍ରୀ ଦତ୍ତ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିକାଶର ନୂତନ ଶିଖର ସ୍ପର୍ଶ କରିଛି ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ନିଶ୍ଚିତ ଭାବେ ସାକାର ହେବ। ଭବିଷ୍ୟତରେ ମଧ୍ୟ ସେ ରାଷ୍ଟ୍ରସେବାରେ ସମର୍ପିତ ରହି ଦେଶବାସୀଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରନ୍ତୁ ବୋଲି ସେ କାମନା କରିଥିଲେ।
କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୁଷମା ବିଶ୍ୱାଳ, ମମତା ମହାପାତ୍ର, ରାଜେନ୍ଦ୍ର ଚାଟାର୍ଜୀ, ଚିତ୍ତରଞ୍ଜନ ପଣ୍ଡା, ନିତ୍ୟଗୋପାଳ ସିଂ, ରାଧାକାନ୍ତ ଦାସ, ସୀତାକାନ୍ତ ସ୍ୱାଇଁ, ଧୀରଜ ମହାନ୍ତି, ସୁଧାଂଶୁ ପଣ୍ଡା, ଯୋଗେନ ରଣା, ସୁସ୍ମିତା ପଣ୍ଡା, ସସ୍ମିତା ଦାସ, ପବନ କମିଳା, ମନୋରଞ୍ଜନ ନନ୍ଦୀ, ପ୍ରତାପ ପ୍ରଧାନ, ଉମେଶ ବେହେରା, ସୌମ୍ୟ ଦାସ, ମନୋହର ପେରିୱାଲ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତେ ମିଳି ମହାଦେବଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ମଙ୍ଗଳ କାମନା କରି ପୂଜାର୍ଚ୍ଚନା ଓ ପ୍ରାର୍ଥନା କରିଥିଲେ।
