ଛାନୁଆ ପଞ୍ଚାୟତରେ ବିଜେପିର ମହା ମିଶ୍ରଣ ପର୍ବ ବିଜେଡି ଓ କଂଗ୍ରେସର ଶତାଧିକ ନେତା-କର୍ମୀଙ୍କ ବିଜେପିରେ ଯୋଗଦାନ

ବାଲେଶ୍ୱର, ୧୦/୦୬/୨୦୨୬(ଖବର): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛାନୁଆ ପଞ୍ଚାୟତରେ ବୁଧବାର ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ବିଶାଳ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସର ଶତାଧିକ ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଥିଲେ।

ବିଶ୍ୱର ଅନ୍ୟତମ ଲୋକପ୍ରିୟ ଜନନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ସମୟ ଦେଶସେବା କରିବାର ରେକର୍ଡ ହାସଲ କରିଥିବା ପରିପ୍ରେକ୍ଷୀରେ ଏହି ଦିବସକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବାଗତ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ସେ କହିଥିଲେ ଯେ, ଗତ ୧୨ ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ବିକାଶର ନୂଆ ଶିଖରକୁ ସ୍ପର୍ଶ କରିଛି ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକକଲ୍ୟାଣମୂଳକ ଯୋଜନା ଗ୍ରାମାଞ୍ଚଳର ଘରେ ଘରେ ପହଞ୍ଚିପାରିଛି।ବିଧାୟକ ଶ୍ରୀ ଦତ୍ତ ଆହୁରି କହିଥିଲେ ଯେ, ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗଠିତ ସରକାର ସ୍ୱଳ୍ପ ସମୟ ମଧ୍ୟରେ ଗ୍ରାମାଞ୍ଚଳର ବିକାଶକୁ ନୂଆ ଦିଗ ଦେଇଛି। ଏହି ବିକାଶଧାରାରେ ସାମିଲ ହେବା ପାଇଁ ବିଭିନ୍ନ ଦଳର ନେତା ଓ କର୍ମୀମାନେ ବିଜେପି ପ୍ରତି ଆକୃଷ୍ଟ ହୋଇ ଦଳରେ ଯୋଗଦେଉଛନ୍ତି। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ଏବଂ ବିଜେପି ପଞ୍ଚାୟତ ସ୍ତରରେ ଆହୁରି ସୁଦୃଢ଼ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।ଏହି ମିଶ୍ରଣ ପର୍ବରେ ଭଜକୃଷ୍ଣ ମାଝୀ, ରମେଶ ବେହେରା, ପ୍ରତାପ ବେହେରା, ଅଭୟ ବେହେରା, ଦୀନବନ୍ଧୁ ବେହେରା, ସନ୍ତୋଷ ନାୟକ, ପ୍ରସନ୍ନ ଦାସ, ସୁନୀଲ ମାଝୀ, ବାସୁଦେବ ମଲ୍ଲିକ, ଦୁଙ୍ଗା ମାଝୀ, ସମରୟ ମାଝୀ, ସୁଶୀଲ ମଣ୍ଡଳ, ଦେବୁ ଜେନା, ବିଶ୍ୱନାଥ ଦାରୁ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ବିଜେପିରେ ଯୋଗଦାନ କରିଥିଲେ।

ନବାଗତ ସଦସ୍ୟମାନେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି, ଆଦର୍ଶ ଓ ବିକାଶମୂଳକ ଚିନ୍ତାଧାରା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା ଜନମୁଖୀ କାର୍ଯ୍ୟକ୍ରମ ଦ୍ୱାରା ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ଯୋଗଦେଇଛନ୍ତି।କାର୍ଯ୍ୟକ୍ରମରେ ଲୋକନାଥ ଭୂୟାଁ, ଭାଗ୍ୟଧର ଦାସ, ବିଜୟ ନାୟକ, ବିଜୟ ଦାସ, ଆରତୀ ନାୟକ, ମିନତୀ ନାୟକ, ଲକ୍ଷ୍ମୀଧର ମନ୍ତ୍ରୀ, ସୁବାଷ ବେହେରା, ବିକାଶ ଦାସ, ବଂଶୀଧର ପାତ୍ର, ରତ୍ନାକର ବେହେରା, ସତ୍ୟ ପାତ୍ର ପ୍ରମୁଖଙ୍କ ସମେତ ଛାନୁଆ ପଞ୍ଚାୟତର ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *