୧୬ତମ ସଚିବାଳୟ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର, ୯ ଜାନୁଆରୀ ୨୦୨୬: ଓଡ଼ିଶା ରାଜ୍ୟ ସଚିବାଳୟ ବ୍ୟାଡମିଣ୍ଟନ ଆସୋସିଏସନ (OSSBA) ଆନୁକୂଲ୍ୟରେ ଲୋକ ସେବା ଭବନସ୍ଥିତ ସଚିବାଳୟ ମିନି ଷ୍ଟାଡିୟମଠାରେ ୧୬ତମ ସଚିବାଳୟ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଜାନୁଆରୀ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା।
ଏହି ଟୁର୍ଣ୍ଣାମେଣ୍ଟରେ ଗୃହ, ରାଜସ୍ୱ, ନଗର ଉନ୍ନୟନ (H&UD), ବାଣିଜ୍ୟ, ପୂର୍ତ୍ତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, MSME, ପରିବହନ, ମହିଳା ଓ ଶିଶୁ ବିକାଶ (W&CD), E&IT, ପର୍ଯ୍ୟଟନ, ଜଳସମ୍ପଦ, ଗଣଶିକ୍ଷା, ଆଇନ, ଶକ୍ତି, ଉଚ୍ଚଶିକ୍ଷା, ସଂସଦୀୟ ବ୍ୟାପାର, ସାଧାରଣ ପ୍ରଶାସନ (GA), ସାଧାରଣ ଉଦ୍ୟୋଗ (PE) ଏବଂ ଶିଳ୍ପ ଭଳି ପ୍ରାୟ ସମସ୍ତ ପ୍ରମୁଖ ବିଭାଗର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ।

ଏହି ସମସ୍ତ ବିଭାଗର ପ୍ରତିଯୋଗୀଙ୍କୁ ହରାଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (SSEPD) ବିଭାଗର ଅତିରିକ୍ତ ଶାସନ ସଚିବ (OAS) ଶ୍ରୀ ଭାସ୍କର ରାୟତୋ ଏବଂ ବିଭାଗୀୟ ଓ.ଏସ.ଡି (OSD, OAS) ଶ୍ରୀ କମଳାକାନ୍ତ ବେହେରା ‘ଭେଟେରାନ ପୁରୁଷ ଡବଲ୍ସ’ ବର୍ଗରେ ଚାମ୍ପିଅନ୍ ହୋଇ ବିଭାଗ ପାଇଁ ଗୌରବ ଆଣିଦେଇଛନ୍ତି।
ଏହି ଚାରିଦିନିଆ ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ଉତ୍ସାହ ବେଶ ଅଧିକ ଥିଲା। ବିଭିନ୍ନ ବର୍ଗର ଅଂଶଗ୍ରହଣକାରୀଙ୍କ ସଂଖ୍ୟା ନିମ୍ନରେ ପ୍ରଦତ୍ତ: ପୁରୁଷ ସିଙ୍ଗଲ୍ସ: ୫୨ ଜଣ, ପୁରୁଷ ଡବଲ୍ସ: ୪୩ଟି ଦଳ, ଭେଟେରାନ ପୁରୁଷ ସିଙ୍ଗଲ୍ସ: ୬ ଜଣ, ଭେଟେରାନ ପୁରୁଷ ଡବଲ୍ସ: ୬ଟି ଦଳ, ମହିଳା ଡବଲ୍ସ: ୮ଟି ଦଳ, ମିକ୍ସଡ୍ ଡବଲ୍ସ: ୧୫ଟି ଦଳ ସଚିବାଳୟର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ଅଧିକାରୀମାନଙ୍କ ମଧ୍ୟରେ ଖେଳକୁଦ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ OSSBA ର ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *